ଯୁଗ୍ମ ବନ୍ଧେ ବନ୍ଧା ବନ୍ଧନ ସଂସାରେ,
ପୁଲକିତ ମୁଗ୍ଧ ଗୀତ ।।
ସଙ୍ଗେ ସଜନୀ ସୁପ୍ରିୟା ସୁମନ,
ତନେ ଶିହରଣ ଜାତ ।।
ଲିପ୍ସା ଅଭିଲିପ୍ସା ଅଲିଭା ଅନ୍ତରେ,
ଆନ୍ତରିକ ଶବ୍ଦେ ମିତ ।।
ଫଗୁଣ ପ୍ରଭାତ ପ୍ରତି ପୁଷ୍ପେ ପିନ୍ଧା,
ସୁଦୂରେ ସୋମ୍ୟ ସଙ୍ଗୀତ ।।
ପ୍ରୀତି ଆହ୍ଲାଦିତ ମଧୁର ସମ୍ବନ୍ଧ,
ରଙ୍ଗେ ଢଳା ପ୍ରିୟବ୍ରତ ।।
ଶୁଭ ମାଙ୍ଗଳିକ ମଙ୍ଗଳ ସୂଚୀ ର,
ପୁଷ୍ପ ହେଉ ପ୍ରସ୍ଫୁଟିତ ।।
ପୁଲକିତ ମୁଗ୍ଧ ଗୀତ ।।
ସଙ୍ଗେ ସଜନୀ ସୁପ୍ରିୟା ସୁମନ,
ତନେ ଶିହରଣ ଜାତ ।।
ଲିପ୍ସା ଅଭିଲିପ୍ସା ଅଲିଭା ଅନ୍ତରେ,
ଆନ୍ତରିକ ଶବ୍ଦେ ମିତ ।।
ଫଗୁଣ ପ୍ରଭାତ ପ୍ରତି ପୁଷ୍ପେ ପିନ୍ଧା,
ସୁଦୂରେ ସୋମ୍ୟ ସଙ୍ଗୀତ ।।
ପ୍ରୀତି ଆହ୍ଲାଦିତ ମଧୁର ସମ୍ବନ୍ଧ,
ରଙ୍ଗେ ଢଳା ପ୍ରିୟବ୍ରତ ।।
ଶୁଭ ମାଙ୍ଗଳିକ ମଙ୍ଗଳ ସୂଚୀ ର,
ପୁଷ୍ପ ହେଉ ପ୍ରସ୍ଫୁଟିତ ।।
ସେନେହ ଶରଧା ଆଦର ସାଦରେ,
ଗୁନ୍ଥା ବାସ୍ନା ପଲ୍ଲବୀତ ।।
ହର୍ଷ ସ୍ଵହର୍ଷ ର ପ୍ରତି ପ୍ରାଙ୍ଗଣ ରେ,
ହସିଉଠୁ ଅପ୍ରମିତ ।।
ଗାଢ଼ ରଙ୍ଗ ଭରୁ ଜୀବନ ପୃଷ୍ଠା ରେ,
ଭାଗ୍ୟ ବରୁ ସୂର୍ଯ୍ୟସ୍ନାତ ।।
ଆତ୍ମୀୟତା ବାହୀ ମାଧୁର୍ଯ୍ୟ ବୀଣା ରେ,
ଛାନ୍ଦ ଘେନ ଅପର୍ଯ୍ୟାପ୍ତ ।।
ଗୁଣୁଗୁଣୁ ସ୍ନିଗ ସମୀର ହାନ୍ଦୋଳେ,
ହୃଦ ଲଭୁ ଆନ୍ଦୋଳିତ ।।
କୁସୁମର କୁଞ୍ଜେ କାନନ ବିହାରେ,
ପ୍ରୀତିପୁଷ୍ପ କୁସୁମିତ ।।
ଗୁନ୍ଥା ବାସ୍ନା ପଲ୍ଲବୀତ ।।
ହର୍ଷ ସ୍ଵହର୍ଷ ର ପ୍ରତି ପ୍ରାଙ୍ଗଣ ରେ,
ହସିଉଠୁ ଅପ୍ରମିତ ।।
ଗାଢ଼ ରଙ୍ଗ ଭରୁ ଜୀବନ ପୃଷ୍ଠା ରେ,
ଭାଗ୍ୟ ବରୁ ସୂର୍ଯ୍ୟସ୍ନାତ ।।
ଆତ୍ମୀୟତା ବାହୀ ମାଧୁର୍ଯ୍ୟ ବୀଣା ରେ,
ଛାନ୍ଦ ଘେନ ଅପର୍ଯ୍ୟାପ୍ତ ।।
ଗୁଣୁଗୁଣୁ ସ୍ନିଗ ସମୀର ହାନ୍ଦୋଳେ,
ହୃଦ ଲଭୁ ଆନ୍ଦୋଳିତ ।।
କୁସୁମର କୁଞ୍ଜେ କାନନ ବିହାରେ,
ପ୍ରୀତିପୁଷ୍ପ କୁସୁମିତ ।।


