କାହିଁକି ବଦଳେ ଋତୁ
ବଦଳାଏ କାଇଁ
ତା’ଦେହରେ ଉତ୍ତାପ
ରାତିର ଅନ୍ଧାରଠାରୁ
କାହିଁକି ଗମ୍ଭୀର ଲାଗେ
ଋତୁଟିଏ ରତିମଗ୍ନା ହେଲେ?
ମଲ୍ଲୀ ଫୁଲପରି
ଦାଉ ଦାଉ ଜଳେ
ଏ ବୈଶାଖର ଖରା
ମେଘକୁ ଓଢଣା କରି
କାହିଁକି ଆସେ ଏ ଗ୍ରୀଷ୍ମ
କାହିଁକି ଖସାଇଦିଏ
ଛାତିରୁ ତା’
ପ୍ରୀତିର ପଣତ
ମୋ ଅଗଣା ଛୁଇଁଲେ??


କାହିଁକି ବଦଳେ ଋତୁ
ବଦଳାଏ କାଇଁ
ତା’ଦେହରେ ଉତ୍ତାପ
ରାତିର ଅନ୍ଧାରଠାରୁ
କାହିଁକି ଗମ୍ଭୀର ଲାଗେ
ଋତୁଟିଏ ରତିମଗ୍ନା ହେଲେ?
ମଲ୍ଲୀ ଫୁଲପରି
ଦାଉ ଦାଉ ଜଳେ
ଏ ବୈଶାଖର ଖରା
ମେଘକୁ ଓଢଣା କରି
କାହିଁକି ଆସେ ଏ ଗ୍ରୀଷ୍ମ
କାହିଁକି ଖସାଇଦିଏ
ଛାତିରୁ ତା’
ପ୍ରୀତିର ପଣତ
ମୋ ଅଗଣା ଛୁଇଁଲେ??
