ପ୍ରେମୀକା ବୋଲି ମୁଁ
ସହଜରେ ଭାଙ୍ଗିଭୁଙ୍ଗି
ରୁମାଲ୍ ପରି ଚଉତି
ସାଇତି ରଖିପାରେ ମନକୁ
କର୍ପୂର ବୋଳା ପେଟରା ଭିତରେ ।
ସହଜରେ ଭାଙ୍ଗିଭୁଙ୍ଗି
ରୁମାଲ୍ ପରି ଚଉତି
ସାଇତି ରଖିପାରେ ମନକୁ
କର୍ପୂର ବୋଳା ପେଟରା ଭିତରେ ।
ସବୁ ଆକଟ,ସବୁତକ ନିନ୍ଦା,ଅପଯଶର
କଳଙ୍କ କୁ କୁଙ୍କୁମରେ ଗୋଳି
ନାଇପାରେ ଦାଉଦାଉ
ଝଟକୁଥିବା କପାଳରେ ମୋର ।
ଧୂ ଧୂ ଖରାରେ ଫାଟି
ଆଁ କରିଥିବା ଉଜୁଡାକ୍ଷେତ
ଅମେଇସାର ଗାଢ୍ ଅନ୍ଧାର ରାତି
ଗୁମ୍ ସୁମ୍ ପବନକୁ ସାମ୍ନାକରିପାରେ
ଦିନ ପରେ ଦିନ,
ସୋରିଷକ୍ଷେତ ଭର୍ତ୍ତି ବାସ୍ନାପବନରେ
ଢେଉ ଭାଙ୍ଗୁଥିବା
ପୂବେଇ ଜହ୍ନ ଆଲୁଅର ସପନରେ ।
ମନକରେ କାନୀଢାଙ୍କି ରଖିବି ତୁମକୁ
ସବୁ ଛଳନା,ପ୍ରତାରଣା,
ମୂଖାପିନ୍ଧା ମୁହଁ,
ମିଛମନ,ହୃଦୟହୀନ
ଦୁନିଆର ଦାଢରୁ
କୁନିପୁଅ ପରି ନିରାପଦରେ
କୋଳରେ ।
ହସୁଥାଏ ମୁଁ ମୁହଁଲୁଚାଇ
କାନ୍ଦୁଥାଏ ନିଜକୁ ଲୁଚାଇ
ମରୁଥାଏ ନିତିନିତି
କେତେ ଛୋଟବଡ କଥାର
କଟୁରୀ ଚୋଟରେ
ଜିଉଥାଏ ପୁଣି କେଉଁ ଅପହଁଚ
ଆଶାର ଚଉରା ମୂଳରେ
ସଂଜ ସକାଳରେ ।
କାନ୍ଦୁଥାଏ ନିଜକୁ ଲୁଚାଇ
ମରୁଥାଏ ନିତିନିତି
କେତେ ଛୋଟବଡ କଥାର
କଟୁରୀ ଚୋଟରେ
ଜିଉଥାଏ ପୁଣି କେଉଁ ଅପହଁଚ
ଆଶାର ଚଉରା ମୂଳରେ
ସଂଜ ସକାଳରେ ।
ସବୁତକ ଶବ୍ଦ
ସବୁ ନିଦ,ସବୁ କବିତା
ସବୁ ସକୁମାର ସ୍ବପ୍ନ
ସବୁ ଫୁଲଫୁଟା ହସ
ସବୁ ଆପଣାର ପଣ
ଢାଳିଦେଇ ସାରିବାପରେ ବି
ଫେରିଆସେ
ଏକୁଟିଆ ଖାଲି ହାତରେ ।
କ୍ଷମା କରିଦିଏ ,ସମାଜକୁ
ସମୟକୁ ଏବଂ ତୁମକୁ…
ଢୋକିନିଏ ଅଶୁଣା କୋହ
ଓ ଅଦେଖା ଲୁହକୁ
ହାତ ଅପହଁଚ ଯାଗାରେ
ପୁଟୁଳାବାନ୍ଧି ରଖିଦିଏ
ଅଜାଗା ଘା”ର ବ୍ୟଥା
ଶିକାରେ ଟାଙ୍ଗି ରଖିଦିଏ
ମୋର ତମାମ୍ ଅପାରଗ ପଣିଆ
ପାଦ ପକାଏ ଆଗକୁ
ସାମ୍ନାରେ କଂଟାଝଂଟା
ବାରବେଳା ,ମନ୍ଦଭାଗ୍ୟ ବିରୋଧରେ
ଏକୁଟିଆ ଲଢିବାକୁ…।


