ଶେଷ ହୋଇଆସେ ବର୍ଷାର ମହକ
ସରିଆସେ ଶିରାବଣ
ଆକାଶୁ ବାଦଲ ହଜି ହଜି ଯାଏ
ଆସୁଛି ରକ୍ଷା ବନ୍ଧନ ।
ରାକ୍ଷୀ ଦୋକାନ ରେ ଭିଡ ଲାଗିଲାଣି
ଝିଅ ସବୁ କରି ମେଳି
ଭାଈଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ
ସଜାଡନ୍ତି ପୂଜା ଥାଳି ।
ବରଷକେ ଥରେ ଭାଈଙ୍କ ହାତ ରେ
ଭଉଣୀ ବାନ୍ଧଇ ରାକ୍ଷୀ
ସୁରକ୍ଷା ବଚନ ଭାଈ ଦେଇ ଦିଏ
ଠାକୁର ଙ୍କୁ ରଖି ସାକ୍ଷୀ ।
ମୋ ଗାଁ ର ପ୍ରତି ଘରେ ଘରେ କେତେ
ପିଠା ପଣା ହେଉଥାଏ
ସମସ୍ତ ଙ୍କ ମନେ ଖୁସି ଭରିଦେଇ
ଶ୍ରାବଣ ବିଦାୟ ନିଏ ।


