ପିଲାଦିନ ସାଙ୍ଗସାଥୀ ମେଳ
ଆଉ ଲୁଚକାଳି ଖେଳ
ସବୁ ମନେପଡେ ଫୁରସତରେ
ହଜିଗଲା ପିଲାଦିନ ହେଇଗଲା ସପନ
ହେଲେ ଲୁଚକାଳି ଖେଳ
ଏବେବି ଚାଲିଛି
ସ୍ଵପ୍ନର ବାସ୍ତବତା ସହ
କର୍ତ୍ତବ୍ୟ ଓ ଦାୟିତ୍ୱ ଭିତରେ
ବିବେକ ଏବଂ କର୍ମ ଛକାଛକି
ଯୌବନ ଆଉ ବାର୍ଦ୍ଧକ୍ୟ ମଧ୍ୟରେ
ସରୁନି କି ସରିବନି
ଏ ଲୁଚକାଳି ଖେଳ
ଯେଯାଏ ଜୀବନ ଓ ମୃତ୍ୟୁ
ଖେଳୁଥିବେ ଲୁଚକାଳି
ଆଉ ଆୟୁଷ ଖେଳୁଥିବ
ବୟସ ସହ ଦୋଳି ।।।


