ଗୀତା ଆମ କହେ କର୍ମକରିଚାଲ
ଫଳ ତୁ ଆଶା କରନା
ଦେଖିବ ନିଶ୍ଚୟ ସୁକର୍ମ କରିଲେ
ଜୀବନେ ଫଳିବ ସୁନା ।
ଖାଇଥିବୁ ଯାହା ପେଟକୁ ତୁ ସିନା
ଦେଖିବୁ ଯାହା ଆଖିରେ
ଦେଇଥିବୁ ଯାହା ହାତ ଟେକି ଆନେ
ପାଇବୁ ଫେରା ବାଟରେ ।
ଦେବାଲୋକଙ୍କୁ ତ ସଭିଏଁ ମାଗନ୍ତି
ମନେ କର କିଆଁ ଲୋଭ
ଦେଇଥିଲେ ପାଇ ଜନମ ଜନମ
ଈଶ୍ବରଙ୍କୁ କରି ଭାବ ।
ମାଗିବା ଲୋକ କୁ ଦାନକଲେ କିଛି
ଧନ ତୋ ବଢିବ କେତେ
ଆସିଲା ବେଳରେ ଆଣିନାହୁଁ କିଛି
କିଛିବି ନେବୁନି ହାତେ ।
ଦୁଃଖି ରଙ୍କି ଦେଖି ଦାନ କରିଥିଲେ
ମହତରେ ହେବୁ ଗଣା
କିଏ ଜାଣେ କେବେ ଏଇ ଦୁନିଆରୁ
ହଜିବ ତୋର ଠିକଣା ।
ଯାହା ଅରଜିଲୁ ଦାନ କରିଦେଲେ
ଧର୍ମ ତୋ ବଢିବ କେତେ
ଗଲାବେଳେ ଯଦି ନେବୁନାହିଁ କିଛି
କାହିଁକି ବା ଲୋଭଏତେ।
କର୍ମକରି ଯେଉଁ ଧର୍ମ ଅରଜିବୁ
ସେଇ ତୋ ଅସଲ ଧନ
ହରିହରି ବୋଲି ଭଜୁଥିଲେ ନିତି
ମୁକ୍ତି ଦେବେ ଭଗବାନ ।


