କହ୍ନେଇ ତୋର ଦାରୁବ୍ରହ୍ମ ରୁପ
ଧରନ୍ତି କି ଥରେ ହ୍ରୁଦରେ
ବୁକୁ ବିଂଛଣାରେବାହୁ ଝୁଲଣାରେ
ଶୁଅନ୍ତୁ ନିଶ୍ଚିତ ନିଦରେ ।
ଯୋଡିଲା ପଣତ ଘୋଡେଇ
ଦିଅନ୍ତି
ପାଦ ପଖାଳନ୍ତି ଲୁହରେ
ନିଦ ଭାଙ୍ଗିଗଲେ ତୋ ମଥା ଆଉଁସି
ବାନ୍ଧି ହୁଅନ୍ତି ତୋ ମୋହରେ ।
ରାଇଜ ଯାକର ଚିନ୍ତା କରିକରି
ଶିଥିଳ ହେଲାଣି ଶରୀର
ମନକଥା ମୋର ମନରେ ମାରୁଚି
ତୋ ପାଇଁ ମୋ ମନ ଅଧିର ।
ଭୋଗଥାଳୀ ତୋର ମନକୁ ପାଉନି
ରତନ ପଲଙ୍କ ଝୁରୁଛି
କହରେ କାଳିଆ ଏ ଗରୀବ ମା’
କେମିତି ରହିବ ମୁରୁଛି ।