ଭାରତ ଭୂଖଣ୍ଡ ନ ହୁଏ ବିସ୍ତାର
ଜନସଂଖ୍ୟା ଯାଏ ବଢିବଢି ।
ଏଇ ଅନୁପାତେ ହୁଏ ଯେବେ ପୁଣି
ଚାଇନାକୁ ସେତ ଯିବ ବଢି ।
ଜମି ନ ମିଳିବ ବାସ ସ୍ଥାନପାଇଁ
ଜଳ ଓ ବ୍ରୁକ୍ଷରେ ହେବ ବାସ
ଦାରିଦ୍ର୍ୟ ବେକାରୀ ସମାଜକୁ ଗ୍ରାସୀ
କରିବ ଆମର ସର୍ବନାଶ ।
ଘନତ୍ବ ବଢିଲେ ସେ ଜନ ସଂଖ୍ଯାର
ଅଙ୍ଗାରକାମ୍ଳ ଯେ ଯିବ ବଢି
ଆମ ସ୍ବାର୍ଥପାଇଁ ଗଛ ଆମେକାଟୁ
ବିପଦକୁ ଡାକୁ ଘଡିଘଡି ।
ସବୁ ମାଧ୍ୟମକୁ ଆଦରିବା ଆମେ
ଜନସଂଖ୍ୟା ନିୟନ୍ତ୍ରଣ ପାଇଁ
ସରକାରଙ୍କର ସ୍ବର ରେ ଗାଇବା
ଆମେ ଦୁଇ ଆମର ଦୁଇ ।
ଭାରତରେ ଆମେ ରହିଛୁ ଯେତେକ
ସମସ୍ତର ତ ଅାମେ ଭାରତୀୟ
ଜାତିବର୍ଣ୍ଣ ଭୁଲି ସଭିଏଁ ମାନିବା
ଦେଶ ହିତ ପାଇଁ ରଖିଲୟ ।


