ବାୟାଚଢେଇଟିଏ ରାଜାଙ୍କ ଉଆସ ନିକଟ ଏକ ବୃକ୍ଷରେ ବସାବାନ୍ଧି ତା ‘ପରିବାର ସହ ରହୁଥିଲା । ସର୍ବଦା ରାଜାଙ୍କ କାର୍ଯ୍ୟକଳାପ ପକ୍ଷୀକୁ ଭଲ ଲାଗୁଥିଲା ଏବଂ ରାଜା ଉଆସରୁ ବାହାରକୁ ବାହାରିଲେ ସେ ଗୀତ ଗାଇଗାଇ ରାଜାଙ୍କୁ ଅନୁସରଣ କରୁଥିଲା ।
ଥରେ ରାଜା କୌଣଷି କାରଣରୁ ବଗିଚାରେ ଭ୍ରମଣ କରୁଥିବା ସମୟରେ ତାଙ୍କ ହସ୍ତରୁ ମୁଦ୍ରିକାଟିଏ ଖସି ବଗିଚାରେ ପଡିଗଲା । ରାଜା କି ତାଙ୍କର ଅନୁଚର ମାନେ ଏକଥା ଜାଣିପାରିଲେନାହିଁ ।
ଦୂରରେ ଥାଇ ବାୟାଚଢେଇ ଏକଥା ଦେଖିଲା,ପଛରେ ଯାଇ ସୁବର୍ଣ୍ଣ ମୁଦ୍ରିକାଟିକୁ ନିଜ ଥଣ୍ଟରେ ଉଠେଇନେଇ ବସାକୁ ଉଡିଗଲା ଓ ତା’ପିଲାମାନଙ୍କୁ କହିଲା; ଦେଖ: ମୁଁ ମଧ୍ୟ ରାଜାଙ୍କପରି ଧନଶାଳି ହୋଇଗଲି ।ତା’ମନରେ ଗର୍ବ ଆସିଲା ଓ ରାଜାଙ୍କୁ ଜଣେଇବାପାଇଁ ସେ ବୃକ୍ଷଡାଳରେ ଥାଇ ଗୀତଗାଇଲା;
“ରାଜାଧନଠାରୁ ମୋ ଧନ ବେଶି”ରାଜାଧନଠାରୁ ମୋ ଧନ ବେଶି” ।
ରାଜା ଯେବେ ବାହାରକୁ ଆସନ୍ତି ସେ ଖୁବ୍ ଜୋର୍ ରେ ରାଜାଙ୍କୁ ଶୁଣେଇ ଶୁଣେଇ ଏ କଥାକହେ । ରାଜା ଖୁବ୍ ଜ୍ଞାନୀଥିଲେ । ସେ ପଶୁପକ୍ଷୀଙ୍କ ଭାଷା ବୁଝି ପାରୁଥିଲେ । ପ୍ରଥମେ ପ୍ରଥମେ ରାଜା ଏକଥା ପ୍ରତି ଧ୍ୟାନ ଦେଇନଥିଲେ, କିନ୍ତୁ କିଛିଦିନ ପରେ ରାଜା ସବୁଶୁଣିଲେ । ସେ ତାଙ୍କର ଅନୁଚରକୁ କହିଲେ, ସେ ଗଛରେ ଚଢି ପକ୍ଷିର ବସାରେ କଣଅଛି ଦେଖି ନେଇଆସ । ଅନୁଚର ଯଥାଶିଘ୍ର ଗଛରେ ଚଢି ଦେଖିଲା; ମହାରାଜଙ୍କ ସୁବର୍ଣ୍ଣ ମୁଦ୍ରିକା ପକ୍ଷୀ ବସାରେ ଅଛି । ସେ ରାଜାଙ୍କ ଅନୁମତି ନେଇ ସେଇଟି ନେଇ ଆସିଲା, କାରଣ ରାଜା ତା କଥା ଶୁଣିଶୁଣି ଖୁବ୍ ବିରକ୍ତ ହୋଇଯାଇଥିଲେ ।
ତା’ପରଦିନ ପକ୍ଷୀ ରାଜାଙ୍କୁ ଦେଖି ଗାଇଲା “ରାଜା; ମୋ ଧନରେ ଘର କରିଛି, ରାଜା; ମୋ ଧନରେ ଘର କରିଛି” । ପୁଣିରାଜା ଶୁଣିଲେ ଏବଂ ନିୟମିତ କିଛିଦିନ ଶୁଣିଲାପରେ ଭାବିଲେ ଛାର ପକ୍ଷୀଟା ମତେ ଅପମାନ କରୁଛି; ନା,ତାକୁ ସେ ଅନୁଚରକୁ କହି ସେ ମୁଦ୍ରିକାକୁ ତା ବସାରେ ରଖିଦେବାକୁ କହିଲେ । ପରଦିନ ପକ୍ଷୀ ରାଜାଙ୍କୁ ଦେଖି ଗାଇଲା “ରାଜା, ଡରିହରିକି ଦେଇଦେଲା “ରାଜା, ଡରିହରିକି ଦେଇଦେଲା ।
ପୁଣିରାଜା ସବୁ ଶୁଣିଲେ ଏବଂ କହିଲେ; ସାଧାରଣ ପକ୍ଷୀଟିଏ ମୋ ନିଦ ହଜେଇ ଦେଲାଣି; ତାକୁ ଧରିଆଣି ମାରି ତରକାରୀକର; ମୁଁ ତାକୁ ଖାଇବି ଏବଂ ତା’ପରେ ଶାନ୍ତିରେ ରହିପାରିବି; ନଚେତ୍ ସେ ପକ୍ଷୀ ପ୍ରତିଦିନ କିଛିନାକିଛି ହରକତ କରି ମତେ ବିବ୍ରତ କରୁଚି ।
ରାଜାଙ୍କ ଆଦେଶ କାର୍ଯ୍ୟକାରି ହେଲା ଔ ସେଇଦିନଠାରୁ ରାଜା ଶାନ୍ତିରେ ରହିଲେ ।
(ଆପଣମାନେ ଏହି ଉପଦ୍ରବକୁ କଣ କହିବେ ଜଣାନ୍ତୁ)


