High quality 3d render of a white sticky note with red push pin on yellow background. Sorry writes on sticky note and it is casting soft shadows on yellow background. Horizontal composition with copy space. To Do List concept.

ଯାହାକଲେ ବି ଦୋଷ

ବାୟାଚଢେଇଟିଏ ରାଜାଙ୍କ ଉଆସ ନିକଟ ଏକ ବୃକ୍ଷରେ ବସାବାନ୍ଧି ତା ‘ପରିବାର ସହ ରହୁଥିଲା । ସର୍ବଦା ରାଜାଙ୍କ କାର୍ଯ୍ୟକଳାପ ପକ୍ଷୀକୁ ଭଲ ଲାଗୁଥିଲା ଏବଂ ରାଜା ଉଆସରୁ ବାହାରକୁ ବାହାରିଲେ ସେ ଗୀତ ଗାଇଗାଇ ରାଜାଙ୍କୁ ଅନୁସରଣ କରୁଥିଲା ।

ଥରେ ରାଜା କୌଣଷି କାରଣରୁ ବଗିଚାରେ ଭ୍ରମଣ କରୁଥିବା ସମୟରେ ତାଙ୍କ ହସ୍ତରୁ ମୁଦ୍ରିକାଟିଏ ଖସି ବଗିଚାରେ ପଡିଗଲା । ରାଜା କି ତାଙ୍କର ଅନୁଚର ମାନେ ଏକଥା ଜାଣିପାରିଲେନାହିଁ ।

ଦୂରରେ ଥାଇ ବାୟାଚଢେଇ ଏକଥା ଦେଖିଲା,ପଛରେ ଯାଇ ସୁବର୍ଣ୍ଣ ମୁଦ୍ରିକାଟିକୁ ନିଜ ଥଣ୍ଟରେ ଉଠେଇନେଇ ବସାକୁ ଉଡିଗଲା ଓ ତା’ପିଲାମାନଙ୍କୁ କହିଲା; ଦେଖ: ମୁଁ ମଧ୍ୟ ରାଜାଙ୍କପରି ଧନଶାଳି ହୋଇଗଲି ।ତା’ମନରେ ଗର୍ବ ଆସିଲା ଓ ରାଜାଙ୍କୁ ଜଣେଇବାପାଇଁ ସେ ବୃକ୍ଷଡାଳରେ ଥାଇ ଗୀତଗାଇଲା;
“ରାଜାଧନଠାରୁ ମୋ ଧନ ବେଶି”ରାଜାଧନଠାରୁ ମୋ ଧନ ବେଶି” ।

ରାଜା ଯେବେ ବାହାରକୁ ଆସନ୍ତି ସେ ଖୁବ୍ ଜୋର୍ ରେ ରାଜାଙ୍କୁ ଶୁଣେଇ ଶୁଣେଇ ଏ କଥାକହେ । ରାଜା ଖୁବ୍ ଜ୍ଞାନୀଥିଲେ । ସେ ପଶୁପକ୍ଷୀଙ୍କ ଭାଷା ବୁଝି ପାରୁଥିଲେ । ପ୍ରଥମେ ପ୍ରଥମେ ରାଜା ଏକଥା ପ୍ରତି ଧ୍ୟାନ ଦେଇନଥିଲେ, କିନ୍ତୁ କିଛିଦିନ ପରେ ରାଜା ସବୁଶୁଣିଲେ । ସେ ତାଙ୍କର ଅନୁଚରକୁ କହିଲେ, ସେ ଗଛରେ ଚଢି ପକ୍ଷିର ବସାରେ କଣଅଛି ଦେଖି ନେଇଆସ । ଅନୁଚର ଯଥାଶିଘ୍ର ଗଛରେ ଚଢି ଦେଖିଲା; ମହାରାଜଙ୍କ ସୁବର୍ଣ୍ଣ ମୁଦ୍ରିକା ପକ୍ଷୀ ବସାରେ ଅଛି । ସେ ରାଜାଙ୍କ ଅନୁମତି ନେଇ ସେଇଟି ନେଇ ଆସିଲା, କାରଣ ରାଜା ତା କଥା ଶୁଣିଶୁଣି ଖୁବ୍ ବିରକ୍ତ ହୋଇଯାଇଥିଲେ ।

ତା’ପରଦିନ ପକ୍ଷୀ ରାଜାଙ୍କୁ ଦେଖି ଗାଇଲା “ରାଜା; ମୋ ଧନରେ ଘର କରିଛି, ରାଜା; ମୋ ଧନରେ ଘର କରିଛି” । ପୁଣିରାଜା ଶୁଣିଲେ ଏବଂ ନିୟମିତ କିଛିଦିନ ଶୁଣିଲାପରେ ଭାବିଲେ ଛାର ପକ୍ଷୀଟା ମତେ ଅପମାନ କରୁଛି; ନା,ତାକୁ ସେ ଅନୁଚରକୁ କହି ସେ ମୁଦ୍ରିକାକୁ ତା ବସାରେ ରଖିଦେବାକୁ କହିଲେ । ପରଦିନ ପକ୍ଷୀ ରାଜାଙ୍କୁ ଦେଖି ଗାଇଲା “ରାଜା, ଡରିହରିକି ଦେଇଦେଲା “ରାଜା, ଡରିହରିକି ଦେଇଦେଲା ।

ପୁଣିରାଜା ସବୁ ଶୁଣିଲେ ଏବଂ କହିଲେ; ସାଧାରଣ ପକ୍ଷୀଟିଏ ମୋ ନିଦ ହଜେଇ ଦେଲାଣି; ତାକୁ ଧରିଆଣି ମାରି ତରକାରୀକର; ମୁଁ ତାକୁ ଖାଇବି ଏବଂ ତା’ପରେ ଶାନ୍ତିରେ ରହିପାରିବି; ନଚେତ୍ ସେ ପକ୍ଷୀ ପ୍ରତିଦିନ କିଛିନାକିଛି ହରକତ କରି ମତେ ବିବ୍ରତ କରୁଚି ।

ରାଜାଙ୍କ ଆଦେଶ କାର୍ଯ୍ୟକାରି ହେଲା ଔ ସେଇଦିନଠାରୁ ରାଜା ଶାନ୍ତିରେ ରହିଲେ ।

(ଆପଣମାନେ ଏହି ଉପଦ୍ରବକୁ କଣ କହିବେ ଜଣାନ୍ତୁ)