ଭଲପାଏ ବୋଲି ଏ ବରଷା ଅାଜି
ଆସିଚି ମୋ ପାଶେ ଫେରି
ତୁମ ବିଛେଦରେ ମୋ ନୟନଧାରେ
ଯାଉଛି ଶ୍ରାବଣ ଝରି ।
ଛଳନା ପ୍ରେମରେ ହୋଇ ପ୍ରତାରିତ
ଗଢିଛି ଲୁହର ଘର
ଦୁଃଖନଈ ତୀରେ କୋହର ପାହାଡ
ହେଲେ ଚୀର ସାଥୀ ମୋର ।
ଛାଡିଚାଲିଗଲ ଅଧାବାଟୁ ସିନା
ଜୀଉଁଚି ମୁଁ ମରିମରି
ଦିନରାତି ମୋର ନୟନ କୋଣରୁ
ଶ୍ରାବଣ ଯାଉଛି ଝରି ।
ତଥାପି ଚାହିଁଚି ଆଶାଆସୁମାରୀ
ମନରେ କାହିଁକି ଜାଗେ
ତୁମେକି ଅସିବ ମୋନନ୍ଦନ ବନେ
ମଳୟ ମହକ ଭରି ।


