ସମ୍ପାଦକୀୟ

ପୂ୍ଜ୍ୟପୂଜା ସମ୍ମାନ
————————————————————————————————-

ବେଦରେ କୁହାଯାଇଛି; ପିତ୍ରୁ ଦେବ ଭବୋ, ମାତ୍ରୁ ଦେବ ଭ ବୋ, ଗୁରୁଦେବ ଭବୋ । ଯେ ପିତା, ମାତା ଓ ଗୁରୁଙ୍କର ଉପଯୁକ୍ତ ସମ୍ମାନ କରେ ସେ ଜୀବନର ଜଣେ ଭଲ ମଣିଷ ହୋଇ ପ୍ରସିଦ୍ଧି ଲାଭକରେ । ପିତାଙ୍କ କାମହେଲା ଘର ର ଆର୍ଥିକ ଦିଗ ସମ୍ଭାଳିବା । ମା’ ଙ୍କର କାମହେଲା ଶିଶୁଟିକୁ ଜନ୍ମଦେଇ ତାର ଉତ୍ତମ ଦେଖାଶୁଣା କରିବା ସହ ସତ୍ ଶିକ୍ଷା ବା ସଂସ୍କାର ଦେବା । ଗୁରୁଙ୍କର କାମହେଲା ଶିଶୁର ମାନସିକ ବିକାଶ ସହିତ କିପରି ସେ ଭବିଷ୍ୟତରେ ଭଲମଣିଷ ହେବାସହ ସତ୍ ବାଟରେ ରୋଜଗାର କରି ଜୀବନ ଅତିବାହିତ କରିବା ।

ଯେଉଁଠି ପିତା ନିଜର କର୍ତ୍ତବ୍ୟ ସୁଚାରୁରୂପେ ନିର୍ବାହ କରନ୍ତି, ମା’ ତାଙ୍କର କର୍ତ୍ତବ୍ୟ ପାଳନ କରନ୍ତି ଏବଂ ପରିଶେଷରେ ଗୁରୁ ବା ଶିକ୍ଷକ ନିଜର କର୍ମ ଠିକ୍ କରନ୍ତି ତେବେ ସେହି ପିଲା ର ଭବିଷ୍ୟତ ନିଶ୍ଚିତ ଉଜ୍ବଳ । ପିତା, ମାତା କି ଗୁରୁ, ଏମାନଙ୍କ ମନରେ ପିଲାପ୍ରତି ଯଥେଷ୍ଟ ସ୍ନେହ ମମତା ଥାଏ, କିନ୍ତୁ ସେସବୁ ମନରେ ରଖି ପିଲେ ଭୁଲ୍ କଲେ ସେମାନେ ଶାସ୍ତିବିଧାନ କରନ୍ତି । ପିଲା ଯେହେତୁ କଂଚାମାଟି, ତାର ନିଜର ବୁଦ୍ଧି ବିବେକ ନଥାଏ : ତେଣୁ ଗୁରୁଜନଙ୍କ କଥାମାନି ଭଲମନ୍ଦ ବୁଝି ଶିକ୍ଷାଗ୍ରହଣ କଲେ ତାର ଜୀବନ ଶ୍ରୁଙ୍ଖଳିତ ଓ ସରଳ ହୁଏ । କେହି ଦଣ୍ଡ ବିଧାନ କରିବା ଦୋଷାବହ ନୁହେଁ, କିନ୍ତୁ ତାହା ପିଲାର କିଛି କ୍ଷତି ନହେବା ଉଚିତ୍ ।

କିଛି ଶିକ୍ଷକଙ୍କ ଭୁଲ୍ ଯୋଗୁ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିବା ଦ୍ବାରା ଏବେ ଶିକ୍ଷକ ମାନେ ପିଲାଙ୍କୁ ଆଉ ଶାସନ କରି ପାରୁ ନାହାନ୍ତି । ସେ ପଢିଲେ ପଢୁ ନଚେତ୍ ନାହିଁ, କାହାର ଚାକିରୀ ତାକୁ ପିତା ଲାଗୁଚି ଯେ ଜାଣିଜାଣି ନିଜ ଗୋଡରେ ଚୋଟ ମାରିବ? ଯଦି ଟିକେ ହାତ ଛୁଇଁଲା ତେବେ ତାହା ଏତେ ବଡହୋଇ ପ୍ରଚାର ହେବଯେ ତା ଚାକିରୀ ଯିବ । ଯୋଉ ଠାରେ ଭୟନାହିଁ ସେଠାରେ ଆମର ପିଲା କି ମଣିଷ ହେବେ? ଏକଥା ପ୍ରତ୍ୟେକ ପିତା, ମାତା, ପ୍ରଶାସନ ସମସ୍ତେ ବୁଝିବା ଉଚିତ୍ ।