ଭକ୍ତି ଗୀତ

ସକାଳେ ଦେଖୁଚି ସଂଜରେ ଦେଖୁଚି
ଚକା ଆଖିରେ ମୋ ଆଖି ମିଶାଇ
ଧୂପ ,ଦୀପ ଯାହା ଯେମିତି ଦେଉଚି
କହୁଚି ମୋ କଥା ସବୁ ଫିଟାଇ ।

ଦୁଃଖେସୁଖେ ଯାହାନୈବେଦ୍ୟବାଢୁଚି
ଭକତି ମିଶାଇ ହୃଦୟ ତଳୁ
ଲହୁ ଲୁହ ସବୁତତେ ଅରପିଚି
ଜୀବନ ସରିଚି ଅନେକବେଳୁ
ଖାଲିବାକି ଅଛି ତୋ ଠାରୁ ଶୁଣିବି
କରୁଣା କେତେଯେ ଅଛି ମୋପାଇଁ ।

ଜଳ ଫୁଲ ପ୍ରେମ ସବୁତ ଦେଇଚି
ମନକୁ ରଖିଚି ତୋ ଭିତରେ
ନିର୍ବେଦ ଦେହଟା ଟିକିଏ ଚାହୁଁଚି
ପଦେ କହିବୁକି ତୁ ସତରେ
ଯାହା ମୁଁ କରିଚି ଯାହାମୁଁ କହିଚି
ଉତ୍ତର ତାହାର ପାଇତ ନାହିଁ ।