ଖରା ଗରମ ସରିଲା ପରେ
ଏବେ ବରଷା ପାଗ
ନୀଳ ଆକାଶେ ଘୋଟି ଆସୁଚି
ଦେଖରେ କଳା ମେଘ ।
ଆକାଶ ବକ୍ଷୁ କେତେ ଯେ ପାଣି
ଦେଖ ଆସିଚି ଝରି
ଗାଁ ସହର ଶୀତଳ କରି
ନଈ ନାଳକୁ ଭରି ।
ଗାଁ ଦାଣ୍ଡରେ ବରଷା ପାଣି
କାଗଜ ଡଙ୍ଗା ଭାସେ
ମାଟି ଉପରେ ସାଧବ ବୋହୁ
କେଡେ ସୁନ୍ଦର ଦିଶେ ।
ହଳ ଲଙ୍ଗଳ ହାତରେ ଧରି
ଚାଲେ କ୍ରୁଷକ ଭାଇ
ପିଲାଠୁ ବୁଢା ସଭିଏଁ ଖୁସି
ଏଇ ବରଷା ପାଇଁ ।


