ସ୍ମୃତି ତୁମେ ସିନା ଦୁରର ମୁଲକେ
ଏ ମନ ଝୁରଇ ନିତି
ପ୍ରିୟା ହଜିଗଲା ମିଛର ସହରେ
ଭୁଲିଗଲା ଭାବ ପ୍ରୀତି।
କହିଦିଅ ତାର କାନେ ତୁମେ ଯାଇ
ଅପେକ୍ଷାରେ ପ୍ରିୟପ୍ରାଣ
ଝୁରୁଛି ତା ମନ , ତୋପାଇଁ ଲୋ ନିତି
ଦେଇଛି ମୋ ହାତେ ରାଣ ।
ଭାରି ଅଭିମାନି ମୋ ପ୍ରିୟା ସଜନୀ
ବୁଝେଇବା ଭାରି କଷ୍ଟ
ଗେଲେଇ କହିଲେ ବୁଝିଯାଏ ସବୁ
ଟିକେ ଚୁଲବୁଲି ଟିକେ ଦୁଷ୍ଟ ।

