ସୁର ତରଙ୍ଗିଣୀ

ଧୁର୍ଜଟି ଜଟା
ମଣ୍ଡିତା ମୁଁ ଯେ
ବିଷ୍ଣୁ ପଦସୃତ ସୁରଧୁନୀ
ତ୍ରିପଥଗାମିନୀ
ପୀୟୂଷ ପ୍ଳାବିନୀ
ଗତିଶୀଳା ଏକ ଯାଞସେନୀ
ବିଷ୍ଣୁପଦୀ ମୁଁ
ବିଷ୍ଣୁ ପଦରୁ
ଅବତରି ଆସି ଧରାତଳ
ଚିରନ୍ତନୀ ମୁଁ ଯେ
ଚିନ୍ମୟୀ ନଈ
ଦୁର୍ବାର ଗତି ମୋ ଚିରକାଳ
ଦୁର୍ଗମ ପଥ-
ଚାରିଣୀ ମୁଁ ପରା
ଅତଳେଵିତଳେମହୀବଖ୍ୟେ
ସ୍ୱର୍ଗରୁ ଆସି
ମିଶିଛି ଧରା ରେ
ଜୀବାତ୍ମାମୁକ୍ତିର ମହାଲକ୍ଷେ
ଭୂଦେବୀ ର ମୁଁ ଯେ
ମାନସ କନ୍ୟା
ଭୂମାଠାରୁ ନୁହେଁ ଭିନ୍ନ
କଲ୍ୟାଣ ବାରି
ବିତରି ବିତରି
ମୋ ଆୟୁଷ ହୋଇନିଖ୍ୟୁନ୍ନ
ଅବର୍ଣ୍ଣ ରୂପର
ଔଜଲ୍ୟଭରା
ଧୂଳି ଧରଣୀଧର ଅ୦ଗେ
ସ୍ନେହ ସ୦ଚିତ
ଅନ୍ତର ମୋର
ମୁଁ କଳୁଷନାଶିନୀ ଗ୦ଗେ
କେତେ ମରୁପଥେ
ଭରି ମୁଁ ଦେଇଛି
ଜୀବନର ମାଧୁରିମା
ଚିର ବତ୍ସଳା ମୋ
ଉପକୂଳ ଧାରେ
ସୃଜନର ସବୁଜିମା ।

ଅନ୍ଚଳରେ ଧୋଇ
ପାପ କଳୁଷ ମୁଁ
ଏ ମହୀ ମଣିଷ କ୍ଳେଶ
ସୁରଧୁନୀ ମୁଁ ଯେ
ସୁଖ ଦାୟିନୀ
ବିଷକଣ୍ଠେ କରି ତୋଷ ।
ବନ୍ଧନ ଡେଇଁ ମୁଁ
ବନ୍ଧୁର ପଥେ
ଦେଇଛି ମୁକତି ମାର୍ଗ
ମୃତ୍ୟୁ ଞୟା ମୁଁ ଯେ
ମର୍ତ୍ତ୍ୟେ ବହୁଛି
ତ୍ୟାଗ କରି ଭୋଗସ୍ୱର୍ଗ ।
ଆଶାରସ୍ପନ୍ଦନ
ଜୀବନ ଚୁମ୍ବନ
ମୋ ପବିତ୍ର ପୟୋଧାରେ
ତମସା ତୁଟାଇ
ଆଲୋକ ଫୁଟାଇ
ବହୁଅଛି ନିର୍ଵିକାରେ ।
ସଦା ବନ୍ଦିତା ମୁଁ
ଅଭିନନ୍ଦିତା
ଏ ମାଟି ମଣିଷ ଅମ୍ବା
ଦୀନ ଦୁର୍ଗତର
ଦୁଃଖ ହାରିଣୀ ମୁଁ
ସ୍ନେହମୟୀ ଜଗଦମ୍ବା ।
ତ୍ରିତାପ ନାଶିନୀ
ପତିତପାବନୀ
ଗ୍ୟାନ ମଞୁଳା ମୁଁ ଗ୦ଗା
ମୁଁ ହି ଜୀବନର
ଜାହ୍ନବୀ ପରା
ଭକ୍ତିରସରେ ର୦ଗା