ସବୁ ରାଗ, ଅନୁରାଗ
ସ୍ନେହ, ପ୍ରୀତି – ସୋହାଗ
ସବୁ ବାଧା – ବିପଦ
ସବୁ ନିନ୍ଦା ଅପବାଦ
ପଣତ କାନିରେ ଗଇଁଠାଳ କରି
ଦୁନିଆ ଦାଣ୍ଡରେ ଥାପଛି ମୁଁ ପାଦ,
କାହାର ଦୁହିତା, କାହାର ଜାୟା
କାହାର ଜନନୀ, କାହାର ଭଗିନୀ
ହେଲେ ପରିଚୟ ମାର
ମୁଁ ନାରୀ । ନାହିଁ ମୋର ଅରି ।
ସ୍ନେହ, ପ୍ରୀତି – ସୋହାଗ
ସବୁ ବାଧା – ବିପଦ
ସବୁ ନିନ୍ଦା ଅପବାଦ
ପଣତ କାନିରେ ଗଇଁଠାଳ କରି
ଦୁନିଆ ଦାଣ୍ଡରେ ଥାପଛି ମୁଁ ପାଦ,
କାହାର ଦୁହିତା, କାହାର ଜାୟା
କାହାର ଜନନୀ, କାହାର ଭଗିନୀ
ହେଲେ ପରିଚୟ ମାର
ମୁଁ ନାରୀ । ନାହିଁ ମୋର ଅରି ।
ଧରାପରି ସର୍ବସଂହା
ଆକାଶ ପରି ନିର୍ଲୀପ୍ତ
ପର୍ବତ ପରି ଗମ୍ଭୀର
ସାଗର ପରି ଗଭୀର
ଫୁଲ ପରି କୋମଳ
ଶିଶୁ ପରି ସରଳ
ଜହ୍ନ ପରି ରୂପସୀ
କଇଁ ପରି ପ୍ରୟସୀ
ନଈ ପରି ଅଧିରା
ଝଡ ପରି ଉତ୍ତଳା
ଋତୁ ପରି ରଙ୍ଗୀଲା
ମୁଁ ନାରୀ । ନାହିଁ ମୋର ଅରି ।
ମୋ ଆବର୍ତ୍ତମାନରେ
ସ୍ରୁଷ୍ଟି ଆରମ୍ଭ ହୁଏନା
ସ୍ରୁଷ୍ଟି ସଜେଇ ହୁଏନା
କୋଉଠି ହସ ଫୁଟେନା
କେହି କାନ୍ଦି ମଧ୍ୟ ପାରେନା ।
ସ୍ରୁଷ୍ଟି ଆରମ୍ଭ ହୁଏନା
ସ୍ରୁଷ୍ଟି ସଜେଇ ହୁଏନା
କୋଉଠି ହସ ଫୁଟେନା
କେହି କାନ୍ଦି ମଧ୍ୟ ପାରେନା ।
କିଏ କହେ ମୁଁ ଶକ୍ତିମୟୀ
କିଏ କହେ ପ୍ରେମମୟୀ
ଜୀବନ ଓ ଦୁନିଆକୁ
ଗଢିବା ଭାଙ୍ଗିବା
ସବୁ ନାରୀ ହାତର ଖେଳ ।
ଯଦି ମୁଁ ସତରେ ଶକ୍ତିମୟୀ
ତେବେ ମତର କିଆଁ
ଅବଳା ଦୁର୍ବଳା କହି
ଲାଂଛିତ କର ବାରବାର
ମୋ ଧର୍ଯ୍ୟ ମୋ ନିଷ୍ଠା
ମୋ ଶକ୍ତିକୁ ପରୀକ୍ଷାକର
ବାରବାର
ନାରୀ ନାମେ କଳଙ୍କ ରଟ
ନିରନ୍ତର, ନିରନ୍ତର ।


