ପରକିୟା ପ୍ରୀତି

କେବେସିନା ବଂଶୀସ୍ଵନ ଶୁଣି ଧାଇଁ ଯାଉଥିଲେ ଗୋପବାଲି
ଯମୁନା ତଟକୁ କଦମ୍ବ ମୂଳକୁ ମନରେ ନଥିଲା ଶଙ୍କା ।
ଭାବ ଭକ୍ତିରେ ବନ୍ଧା ଥିଲା
ନଥିଲା ସେଠି କାମ ବାସନା
ସଭିଙ୍କ ଆଦରର କାହ୍ନା
ଦହି ଦୁଧସର ଚୋରାଇ ଖାଇଲେ ସଭିଏଁ ନେଉଥିଲେ ମଜା ।
କିନ୍ତୁ ଆଜି ପରକିୟା ପ୍ରୀତିରେ
ନାହିଁତ ବାଡ଼ ବନ୍ଧନ
ବଂଶୀର ସ୍ଥାନ ଚୋରାଇ ନେଲାଣି
ମୋବାଇଲ କମ୍ପୁଟର
ଚାଟିଙ୍ଗ କରୁକରୁ ପ୍ରେମ ଫାସେ ପଡି
ଭୁଲି ବସିଲେଣି ପରିବାର।