ଜଗନ୍ନାଥ ହେ କାହିଁକି ଡାକିବି ଆଉ
ତୁମେ ଥାଉଥାଉ ଭାସି ମୁଁ ଯାଉଚି
ଦେଖ ଦେଖ ମହାବାହୁ ।
ମିଛେ ସିନା ତୁମେ ବାନା ଉଡାଉଛ
ପତିତପାବନ ବୋଲି
କେତେ ଯେ ପତିତ ଦୁଃଖରେ ଅଛନ୍ତି
ଦେଖ ଚକା ଆଖି ଖୋଲି ।
ତୁମକୁ ମୁଁ ଆଉ ଡାକିବି କାହିଁକି
କରିବି କିଆଁ ଭରସା
ତୁମେ ଥାଉଥାଉ ଦୁନିଆ ଆଗରେ
ହୁଏ କେତେ ଲୋକହସା ।
ଯାହା ତୁମ ଇଛା କରହେ ଠାକୁର
ମୋହଠାରେ କ୍ରୁପା କର
ତୁମ ପାଦତଲେ ଶରଣ ନେଉଚି
ଅକିଂଚନ ହରିହର ।


