ସଂସାର ଭିତରେ ନିହାତି ନିଜର
ମମତା ମୟୀର ଛାଇ
ଉଦାର ହ୍ରୁଦୟ ମହତ ବିଚାର
ମାଆ ନାମ ଏକା ସେହି ।
ହାତରେ ଯାହାର ଅମ୍ରୁତ ପରଶ
ଗୁଣର ଗଣିତ ନାହିଁ
ଅତୁଳ ତାହାର ମହିମା ମହତ
ମାଆ ନାମ ଏକା ସେହି ।
ସରାଗେ ସରଗ ଚାନ୍ଦ ଆଣିଦିଏ
ଝରାଇ ପ୍ରେମର ନଈ
ଭଲରେ ଭଲରେ ଭୁଲାଇ ପାରଇ
ମାଆ ନାମ ଏକାସେହି ।
ଅସୀମ କଷଣ ନିଜେ ସହେ ସିନା
ଜାଳୁଥାଏ ନିଜ ଜୁଇ
ହସଲୁହ ସାଥେ ବାଟ ଚାଲୁଥାଏ
ମାଆ ନାମ ଏକା ସେହି ।
ଇତିହାସ ବୁକେ ଲେଖା ଯାହାନା’
ମହତ ମହିଳା ପାଇଁ
ପ୍ରଶାନ୍ତି ର ହସ ଝରୁଥାଏ ସଦା
ମାଆ ନାମ ଏକା ସେହି ।


