ନା ଆଖିର ଆକର୍ଷଣ
ନା ଓଠର ଆକୁଳତା
ନା ମନର ମନ୍ମୟତା
ନା ହ୍ରୁଦୟର ନୀଳକନ୍ଦର
କୋଉଠି ତତେ
ସାଇତି ପାରୁନି
ଏତେ ଅଂପାକ୍ତେୟ ମୁଁ ।
କେବେ ଆଖିରେ ଭରୁଚି
ଲୁହର ଶ୍ରାବଣ
କେବେ ଓଠରେ ସାରୁଚି
ଶବ୍ଦ ସମ୍ଭାର
କେବେ ମନରେ ମରୁଚି
ଭାବ ସମୁଦ୍ର ତ
କେବେ ହ୍ରୁଦୟରେ ଉଦୟହୁଏ
ଆବିଳତାର ଝଡ ।
ମୁଁ ପାରୁନି ମୋଠାରୁ ମତେ ବଂଚେଇ
ମୁଁ ପାରୁନି ସମୟସହ ସାଲିସ୍ କରି
ଯୁଆଡେଚାହିଁଲେ ସବୁ ଦିଶୁଚି ଦୂହୁହ
ବୟସର ଅପରାହ୍ନରେ କେବଳ
ତୋ ସହ ମୋର ସନ୍ଧି
ମୁଁ ଯାହା ହେଲେବି
ତୋର ଅଂଶବିଶେଷ–
ମୁଁ ଯାହା ହେଲେବି
ତୋ ଠାରୁ ସ୍ରୁଷ୍ଟି ତୋ ଠାରେ ଶେଷ
ଆଉ କିଛି ନାହିଁ ଅବଶେଷ
ଅବା ତୁ ଆପଣାର କଲେ ନାହିଁ ଅବଶୋଷ ।


