ପାଂଚଝିଅ ବୋଲି କେବେ ବାପା ତୁମେ
କରିନାହଁ ମନ ଊଣା
ସଦା ଆଶିର୍ବାଦ ହାତ ମଥାପରେ
ରଖି ବରଷ କରୁଣା
ଚାହିଁ ନାହଁକେବେ ମନଦୁଃଖ କରି
ଆମେ ହେଉନାରଖାର
ସେଥିପାଇଁ ଦେଲ ସ୍ବାଧୀନତା କେତେ
କହି ତୁମେ ପୂଅ ମୋର
ହେଲେ ତୁମ ଋଣ ସୁଝି କିଛି ପରିମାଣେ
ହେଲୁ ନାହିଁ ଋଣମୁକ୍ତ
ଛାଡି ଚାଲିଗଲ ଅଜଣା ରାଇଜେ
ଆମଠୁ ହୋଇ ବିଯୁକ୍ତ
ତୁମରି ରକତ ଆମେ ପାଂଚଝିଅ
ସୁଖରେ କରିଚୁ ଘର
କୋଟି କୋଟି ତୁମପାଦତଳେ ବାପା
ଆମ ଭକ୍ତି ନମସ୍କାର ।

ବାପା

