ମୋ ନିକଟରେ
ପହଂଚି ନଥିବା ଶବ୍ଦ
ଓ ମତେ ଛୁଇଁ ନ ଥିବା ଭାବକୁ
ମୁଁ ପ୍ରତିକ୍ଷଣ ଆବାହନ କରେ,
ମୁଁ ମୋ ଅବଚେତନ ଓ ଚେତନାରେ ମଧ୍ୟ
ସ୍ବପ୍ନଦେଖେ, ମୋ ଭାଷାର, ସାହିତ୍ୟର,ସମାଜର ।
ମୁଁ କଳ୍ପନାରେ ତିଆରି କରେ
ମୋ ନିଜସ୍ବ ପ୍ରୁଥିବୀ
ଯୋଉଠି ସମାବେଶ ହୋଇଥାଏ
ଶତଶତ କାବ୍ୟ ପିପାସୁ ମାନକଂର
ସ୍ବତଃସ୍ଫୁର୍ତ୍ତ ନିଜର ଭାବ।
କୋଉଠି କେଜାଣି….
ସଂଗୋପନ ଭାବେ
ଉବୁଟୁବୁ ହେଉଥାଏ ମାନସରେ
ସେମାନକୁଂ ସଂଖୋଳିବାର ଯୋଜନା
ନିଜର ସ୍ବାଗତ, ଶୁଭେଛା ଓ
ସମ୍ମୋହନ ପ୍ରୀତି ଅର୍ଘ୍ୟଦେଇ ।
ସେମାନେ ବେଳେବେଳେ
ମୋର ସମଦର୍ଶୀ , ସହଯୋଗୀ
ଶୁଭାକାଂକ୍ଷୀ ଓ ଚୀର ଦିନର ସାଥୀ,
ମୋ ଜୀବନ ଆକାଶରେ ଆଲୋକ
ସେଇମାନେହିଁ ଏବେ
ଧିରେଧିରେ ପାଲଟିଯାଉଛନ୍ତି
ମୋର ନିଜଲୋକ
ମୋର ନିଜଲୋକ ।


