ମାଟିରେ ପାଦ ଥାପିବାକୁ
ଯେଉଁ ମୁଠାଏ
ମହାର୍ଘ୍ୟ ମାଟିର ଆବଶ୍ୟକ
ହୁଏତ ସେ ମଗ୍ନ ମାଟି ମୁଠାଏ
ମିଳିନି ଏଯାଏଁ ମତେ,
ତେଣୁ , ମୁଁ ଏବେ ଶୂନ୍ୟରେ ଶୂନ୍ୟରେ
ମେଲିଛି ମୋର କ୍ଷତାକ୍ତ ଡେଣା,
ପାଦ ପାଇଁ ମାଟି ଖୋଜିଖୋଜି
ଧିକ୍କାରୁଚି ଭାଗ୍ୟକୁ
ହେ ଈଶ୍ବର….
ତୁମଇଛା….ମୁଁ ନାଚାର ।
ବହଳେ ଅନ୍ଧାର ରେ
ଖୋଜୁଚି ଆଲୋକର
ସୂକ୍ଷ୍ମ ରଶ୍ମୀଟିଏ,
ମୁକ୍ତ ପବନରେ ଖୋଜୁଚି
ବୁନ୍ଦାଏ ନିର୍ଭେଜାଲ ଅମ୍ଳଜାନ
ହ୍ରୁଦୟରେ ଦରଦ ଭରି ଖୋଜୁଚି
ଯାହାର ଆତ୍ମମଗ୍ନ
ଆଶିର୍ବାଦଟିଏ….
ସେ ତୁମେ ଈଶ୍ବର….
ତୁମେ ସେଇ କଳାକାର ।
ସଚରାଚର ତୁମରବ୍ୟାପ୍ତି
ସବୁଜ ପ୍ରାନ୍ତର ନିରନ୍ଦ୍ର ଅନ୍ଧାର
ବିଶାଳ ସାଗର ସୂର୍ଯ୍ଯାଲୋକରେ
ଅଣାକାର….
ବାୟୁରେ ତୁମେ ଜ୍ୟାେତିଷ୍କର
ସବୁଠାରେ ତୁମର ସୂକ୍ଷ୍ମସତ୍ତା
ମତେ ସ୍ପର୍ଶକରେ ବାରବାର
ହେ ଈଶ୍ବର….
ଆଉକିଛି ଲୋଡାନାହିଁ ମୋର
ତୁମ ଭିତରେ ମୁଁ ସମାହିତ
ମୁଁ ତୁମେ , ତୁମେ ମୁଁ
ଏ ଅସମାହିତ ପ୍ରଶ୍ନର
ତୁମେହିଁ ଉତ୍ତର..ହେ ଈଶ୍ବର
ତୁମେହିଁ ଉତ୍ତର ।।


