କବିତା ଲେଖା

କବିତା ମତେ ଖୋଜେ
ନା ମୁଁ କବିତାକୁ
ଏ କଥା ସ୍ବୀକାର କରିବା
ଅସମ୍ଭବ ,
ତେବେ, ବେଳେ ବେଳେ
ହଠାତ୍ କବିତା ମତେ
କୁତୁ କୁତୁ କରେ
ତା ଭାବରେ ଉତଫୁଲ ହୋଇ
ମୁଁ ଧରି ବସେ କାଗଜ କଲମ ତ,
ଆରମ୍ଭ ହୁଏ କବିତାର
ଲୁଚକାଳୀ ଖେଳ,
ନା ଧରାଦିଏ, ନା ଛାଡିଯାଏ
ଦୁଷ୍ଟଝିଅପରି ମତେ
ଟିକେ ଛୁଇଁ ଉଭାନ୍ ହୋଇଯାଏ ।


କେବେ ହସେ କିରିକିରି
ପାହାଡର ଶିର୍ଷରେତ
କେବେ ନଦୀର କୁଳୁକୁଳୁ
ଉଛୁଳା ତରଗଂରେ,
କେବେ ବାଳ ସୂର୍ଯ୍ୟକଂର
କୋମଳ ଲାଲ୍ ଆଭାରେ ତ
କେବେ ଅଷ୍ଟମୀ ଜହ୍ନର
ବକ୍ର ଚାହାଣୀରେ
ଏମିତି ଫୁଲେଇ ହୁଏ
ସତେକି ନବ ବଧୂଟିଏ
ପ୍ରତୀକ୍ଷାରତ ପତି ଲାଗି
ବାସର ଶେଯରେ
ଏତିକି ବେଳେ ମୁଁ ଶୋଇଯାଇଥାଏ
ଗଭୀର ନିଦରେ ।